ପଟ୍ଟାମୁଣ୍ଡାଇରେ ପଶିଲା ବନ୍ୟାଜଳ: ଧୋୟା ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ, ପେଣ୍ଠପାଳ ଓ ସିଂହଗାଁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇରେ ପଶିଲା ବନ୍ୟାଜଳ । ଧୋୟା ଅଞ୍ଚଳର ୭ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ପେଣ୍ଠପାଳ ଓ ସିଂହଗାଁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେପଟେ ବିପଦପୂର୍ଣ୍ଣ ଅବସ୍ଥାରେ ଅଳଭା ନଦୀ । ବିପଦ ଦଙ୍କେତ ୪.୯ ଥିବାବେଳେ ବନ୍ୟାଜଳ ୫.୧୫ରେ ପ୍ରବାହିତ ହେଉଛି ।

ଆସନ୍ତାକାଲି ଆହୁରି ବଢିବ ବୋଲି ଆକଳନ କରିଛନ୍ତି ଜଳସେଚନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ଗ୍ରାମବାସୀ ରାତି ପ୍ରହରା ଦେଉଥିବା ଗ୍ରାମବାସୀ କହିଛନ୍ତି।

Leave A Reply

Your email address will not be published.