ଫୁଲୁଛି ମହାନଦୀ, ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ବନ୍ୟାଜଳ

ନରସିଂପୁର : ଚଳିତ ବର୍ଷ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ବେଢ଼ାକୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଛୁଇଁଛି ବନ୍ୟା ଜଳ ।  ଯଦି ମନ୍ଦିରର ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ ଙ୍କୁ ସ୍ଥାନାନ୍ତର କରାଯିବ ।  ସେଥିପାଇଁ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି ।  ମନ୍ଦିରରେ ଯେପରି ମା”ଙ୍କ ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଗତ ଚାରି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ିଛି । ଏବେ ହୀରାକୁଦର ୧୦ ଟି ଗେଟ୍ ଖୋଲା ଥିଲେ ବି ମହାନଦୀ ର ବିଭିନ୍ନ ଶାଖାନଦୀ ଏବଂ ନାଳରେ ଜଳ ସ୍ତର ବୃଦ୍ଧି ପାଉଛି । ଫଳରେ ପାହାଡ ପର୍ବତରୁ ଆସୁଥିବା ପାଣି ଯୋଗୁଁ ମହାନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ବନ୍ୟା ଜଳ ମା ଭଟ୍ଟାରିକାଙ୍କ ବେଢ଼ାକୁ ଛୁଇଁଛି। ଆଜି ସକାଳଠାରୁ ବନ୍ୟାଜଳ ବଢିବାରେ ଲାଗିଛି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।