ମହାନଦୀରେ ବନ୍ୟାଜଳ ବୃଦ୍ଧି: ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି

ବାଙ୍କୀ : ମହାନଦୀରେ ବନ୍ୟାଜଳ ବୃଦ୍ଧି। ଶାଖା ନଦୀର ବନ୍ୟା ଜଳ ରାସ୍ତା ଉପରେ ଚାଲୁଛି । ପାଖାପାଖି ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି।

କଟକ ଜିଲ୍ଲାର ବାଙ୍କୀଠାରେ ମହାନଦୀର ବନ୍ୟାଜଳ ଶାଖାନଦୀ ଋଣ ନଦୀରେ ଆସିବା ଦ୍ୱାରା ଡମପଡ଼ା ବ୍ଲକର ବିଲିପଡ଼ା ତାଳବସ୍ତ ରାସ୍ତାରେ ୩ ଫୁଟ୍‌ରେ ପାଣି ଚାଲୁଥିଲା। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ମାଡିବା ଦ୍ୱାରା ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇଛି। କୃଷି ବିଭାଗ ଅଧିକାରୀ ପହଁଞ୍ଚି କ୍ଷୟକ୍ଷତିର ଆକଳନ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.