କଟକ ଯୋବ୍ରାରୁ ଶିଖରପୁର ଓ ମହାନଦୀ ବିହାରକୁ ସଂଯୋଗ କରୁଥିବା ତଳ ରାସ୍ତାରେ ବନ୍ୟାଜଳ

କଟକ : ଯୋବ୍ରା ରୁ ଶିଖରପୁର ଓ ମହାନଦୀ ବିହାର କୁ ସଂଯୋଗ କରୁଥିବା ତଳ ରାସ୍ତା ରେ ବନ୍ୟାଜଳ ।  ମହାନଦୀ କୁ ଲାଗି ରହିଥିବା ଏହି ରାସ୍ତାରେ ବନ୍ୟା ଜଳ ଏବେ ଢେଉ ଖେଳୁଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ସହ ଆମ୍ବୁଲାନ୍ସ ଯିବା ଆସିବା କରିଥାଏ ।  ମହାନଦୀ ରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଏବେ ଏହି ରାସ୍ତାରେ ବନ୍ୟା ପାଣି ବଢିବାରେ ଲାଗିଛି ।

ଯାହା ଲାଗିଯିବା ଆସିବା ପାଇଁ ବଡ଼ ଗାଡିରୁ ଆରମ୍ଭ କରି ବାଇକ ଓ ସାଇକେଲ ଯାଉଥିବା ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  କିଛି ଲୋକ ରାସ୍ତାରେ ଏତେ ବନ୍ୟା ପାଣି ଦେଖି ଗାଡି ସେହି ସ୍ଥାନରୁ ଫେରାଇ ନେଇ ଯିବାର ଦେଖିବାକୁ ମିଳିଥିଲା ।

You might also like