ବନ୍ୟାରେ ପ୍ରଭାବିତ ହୋଇଛି ୧୦ ଜିଲ୍ଲାର ୩୯ଟି ବ୍ଲକ୍: ୫୫୧ଟି ଗାଁ ଲୋକେ ଜଳବନ୍ଦୀ, ୧୨ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ଯରେ ଲଗାଣ ଲଘୁଚାପ ବର୍ଷାରେ ସ୍ଥିତି ସଙ୍ଗୀନ୍। ବିଭିନ୍ନ ସ୍ଥାନରେ ଉପୁଯିଛି ବନ୍ଯା ପରିସ୍ଥିତି। ବିଶେଷ ଭାବେ ବନ୍ୟାରେ ପ୍ରଭାବିତ ହୋଇଛି ୧୦ ଜିଲ୍ଲାର ପାଖାପାଖି ୩୯ଟି ବ୍ଲକ୍। କଟକ, ଯାଜପୁର, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ନୂଆପଡ଼ା,ଦେବଗଡ଼ ଓ ସୋନପୁରର ୯୯୭ ଗାଁ କ୍ଷତିଗ୍ରସ୍ତ ହୋଇଛି । ପ୍ରଭାବିତ ହୋଇଛନ୍ତି ୪ ଲକ୍ଷ ୧୩ ହଜାର ୫୧୨ ଜଣ । ୫୫୧ଟି ଗାଁ ଲୋକ ପାଣି ଘେରରେ ରହିଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ଆକଳନରୁ ଏହା ଜଣାପଡ଼ିଛି, କ୍ଷତିଗ୍ରସ୍ତ ହୋଇଛି ୧୩୬୪ଟି ଘର । ୭୪ ହଜାର ୨୭୧ ହେକ୍ଟର ଜମିର ଚାଷ ନଷ୍ଟ ହୋଇଛି । ୧୬ହଜାର ୬୮୪ ଜଣ ବନ୍ୟା ବିପନ୍ନଙ୍କୁ ଶହେଟି ଆଶ୍ରୟ ସ୍ଥଳୀରେ ରଖାଯାଇଛି । ପ୍ରଭାବିତ ହୋଇଛି ୫ଟି ସହରାଞ୍ଚଳ । ବନ୍ୟା ପରିସ୍ଥିତିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୧ଲକ୍ଷ ୫ହଜାର ୮୮୧ଟି ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.