ନୂଆ ବର୍ଷକୁ ସେଲିବ୍ରେଶନ କରିବା ପାଇଁ ଲାଗି ପଡ଼ିଛନ୍ତି ଫୁଲ ଓ କେକ ବ୍ୟବସାୟୀ

ଉଦଳା : ଆଉ କିଛି ସମୟ ପରେ ବିଦାୟ ନେବ ପୁରୁଣା ବର୍ଷ ନୂଆ ବର୍ଷର ଆଗମନ ହେବ । ୨୦୨୪ ପୁରୁଣା ବର୍ଷକୁ ବିଦାୟ ୨୦୨୫ ନୂଆବର୍ଷକୁ ସ୍ବାଗତ । ସେଥିପାଇଁ ସବୁଆଡ଼େ ଚାଲିଛି ପ୍ରସ୍ତୁତି । ମୟୂରଭଞ୍ଜ ଜିଲ୍ଲା ଉଦଳା ରେ ଏହି ନୂଆ ବର୍ଷ କୁ ସ୍ବାଗତ କରିବା ପାଇଁ ଚାଲିଛି ନାଚଗୀତର ଆସର, ଘରେ ଘରେ ହେଉଛି ବିଭିନ୍ନ ପିଠା ପଣା । ପିଠା ମିଠାର ମହକରେ ପୂରି ଉଠୁଛି ପୂରା ପରିବେଶ । ନୂଆ ଆଶା ନୂଆ ଉଦ୍ଦୀପନା ର ସକାଳ ର ନୂଆ କିରଣ ରେ ପାଦ ଥାପିବ ନୂଆ ବର୍ଷ ୨୦୨୫ । ସମସ୍ତେ କିପରି ନୂଆ ବର୍ଷକୁ ପାଳନ କରିବେ ସେଥିପାଇଁ ଅପେକ୍ଷା କରିଛନ୍ତି ଆଉ କିଛି ମୁହୂର୍ତ୍ତକୁ ।

ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସେଲିବ୍ରେଶନ କରିବା ପାଇଁ ଫୁଲ ବ୍ୟବସାୟୀଠାରୁ ଆରମ୍ଭ କରି ନୂଆ ବର୍ଷ କେକ ତିଆରି ପାଇଁ ଲାଗି ପଡ଼ିଛନ୍ତି ବ୍ୟବସାୟୀ । ଫୁଲ ବ୍ୟବସାୟୀ ବିଭିନ୍ନ ପ୍ରକାର ଫୁଲ ତୋଡ଼ା ତିଆରି କରୁଥିବା ବେଳେ କେକ୍ ବ୍ୟବସାୟୀ ବିଭିନ୍ନ ପ୍ରକାର କେକ ପ୍ରସ୍ତୁତ କରିଛନ୍ତି । ବଜାରରେ ଶୁଭେଚ୍ଛା ବାର୍ତ୍ତା ପାଇଁ ବିଭିନ୍ନ ପ୍ରକାରର ଫୁଲରେ ଫୁଲ ତୋଡ଼ା ତିଆରି କରୁଛନ୍ତି ଫୁଲ କାରିଗର । ଗ୍ରାହକ ମାନଙ୍କ ମନ ମୁତାବକ ଫୁଲ ତୋଡ଼ା ତିଆରି କରି ବିକ୍ରି ଆଶାରେ ରହିଛନ୍ତି ଫୁଲ କାରିଗର । ତେବେ ଗୋଲାପ, ସ୍ନଅବଲ ,ଗ୍ଳାଡ଼ିଓଳି ,ସେବତୀ ଓ ଚନ୍ଦ୍ରମାଳିକା ଭଳି ବିଭିନ୍ନ ପ୍ରକାର ଫୁଲରେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ତିଆରି କରିବାରେ ଲାଗି ପଡ଼ିଛନ୍ତି କାରିଗର ।

ଏହିପରିକି ୧୦ ଟଙ୍କା ଠାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫୁଲ ତୋଡ଼ା ବିକ୍ରି ହେଉଥିବା କହିଛନ୍ତି ଫୁଲ କାରିଗର । ସେଲିବ୍ରେଶନ ପାଇଁ କେକ ମଧ୍ଯ ପ୍ରସ୍ତୁତ ହେଲାଣି । ବିଭିନ୍ନ ଡିଜାଇନ ର ଓ ବିଭିନ୍ନ ଫ୍ଲେବରର କେକ ପ୍ରସ୍ତୁତ କରି ରଖିଛନ୍ତି କେକ ବ୍ୟବସାୟୀ । ତେବେ ସମସ୍ତଙ୍କ ମନରେ ରହିଛି କିପରି ପୁରୁଣା ସ୍ମୃତି କୁ ସାଇତିବା ସହ ନୂଆ ବର୍ଷ କୁ ସ୍ଵାଗତ କରିବେ ।