ଚଳିତ ବର୍ଷ ରଥଯାତ୍ରାରେ ନୂଆ ଝଲକ, ଫୁଲ ସଜା ଦାୟିତ୍ବ ନେବେ ମନ୍ଦିର ପ୍ରଶାସନ ବଦଳରେ ଦିଲ୍ଲୀ ଭକ୍ତ

ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ନୂଆ ଝଲକ ଦେଖିବାକୁ ମିଳିବ। ପୁରୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଚଳିତ ବର୍ଷ ଏହି ଫୁଲ ସଜା ଦାୟିତ୍ବ ମନ୍ଦିର ପ୍ରଶାସନ କରିବ ନାହିଁ ବରଂ ଭକ୍ତବତ୍ସଳ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ ଏ ଗୁରୁ ଦାୟିତ୍ବ ନେବେ। ଦିଲ୍ଲୀ ନିବାସୀ କେକେ ଶର୍ମା ନାମକ ଜଣେ ଭକ୍ତ ଶ୍ରୀମନ୍ଦିରରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଶ୍ରୀ ଶର୍ମା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଫୁଲରେ ସଜାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାର ସମସ୍ତ ଖର୍ଚ୍ଚ ସେ ବହନ କରିବେ। ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ଫୁଲରେ ସଜାଇବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଫୁଲରେ ସଜାଇବେ।

rath-yatraଶ୍ରୀଗୁଣ୍ଡିଚା ମନ୍ଦିରରେ ଯେତେ ଦିନ ଠାକୁର ରହିବେ ସବୁ ଦିନ ମନ୍ଦିର ଫୁଲରେ ସଜ୍ଜା ହେବ। ଏହି ଦାୟିତ୍ବ ଶ୍ରୀ ଶର୍ମା ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଶ୍ରୀ ଶର୍ମା ଦିଲ୍ଲୀର ୨୦୦ରୁ ଅଧିକ ଫୁଲ ସଜାଇବା କାରିଗର ନେଇ ଆସିଛନ୍ତି। ଏମାନେ ଆସନ୍ତାକାଲିଠାରୁ କାମ ଆରମ୍ଭ କରିବେ। ସେହିଭଳି ସୁନାବେଶ ଓ ନିଳାଦ୍ରୀ ବିଜେ ଦିନ ମଧ୍ୟ ଶ୍ରୀମନ୍ଦିର ସଜା ହେବ। ଏଥିପାଇଁ ସେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇଛନ୍ତି। ତେବେ ଏହି ଫୁଲ ସଜାରେ ୧୫ରୁ ୨୦ ଟ୍ରିପ୍ ଫୁଲ ଲାଗିବ ଓ ଆନୁମାନିକ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.