କେନ୍ଦୁଝର: ସାନଘାଗରା NHରେ ପ୍ରତିଦିନ ଦୁର୍ଘଟଣାରେ ପ୍ରାଣ ହେରାଉଛନ୍ତି ମାଙ୍କଡ଼ମାନେ, ଯାଆସ ପାଇଁ ନିର୍ମାଣ ହେଲା ଝୁଲା ପୋଲ

କେନ୍ଦୁଝର(କେନ୍ୟୁଜ୍): ଜାତୀୟ ରାଜପଥ ୪୯ ର ଜୁଡିଆ ଘାଟି ସାନଘାଗରା ନିକଟରେ ବନ ବିଭାଗ ପକ୍ଷରୁ ମାଙ୍କଡ ମାନଙ୍କ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ର୍ନିମାଣ କରାଯାଇଛି। ଏହି ଚଳାପଥ ଦ୍ୱାରା ମାଙ୍କଡମାନେ ସୁବିଧାରେ ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ଜାତୀୟ ରାଜପଥ ଅତିକ୍ରମ କରି ପାରିବେ। ଜାତୀୟ ରାଜପଥରେ ଦୈନିକ ଶହ ଶହ ଟ୍ରକ ଯାତୟତ କରୁଥିବାରୁ ମାଙ୍କଡ ମାନେ ଗୋଟିଏ ପାଶ୍ୱରୁ ଆଉ ଗୋଟିଏ ପାଶ୍ୱର୍କୁ ଗଲା ସମୟରେ ଦୁର୍ଘଟଣାର ଶୀକାର ହୋଇଥାନ୍ତି।

fly ober

ଏହି ଝୁଲନ୍ତା ରାସ୍ତା ବା କ୍ଯାନୋପି ବ୍ରିଜ ଦ୍ୱାରା ଦୁର୍ଘଟଣା ରୋକାଯାଇ ପାରିବ । ସିଦ୍ଧମଠ ଜଙ୍ଗଲରୁ ସାନଘାଗରା ଜଙ୍ଗଲ ଯାତାୟତ ପାଇଁ ଝୁଲନ୍ତା ଚଲାପଥ ବେଶ ସହାୟକ ହେବ । ଅନ୍ଯପକ୍ଷରେ ଖାଦ୍ୟ ଅଭାବ ଯୋଗୁଁ ମାଙ୍କଡ ମାନେ ଜଙ୍ଗଲ ଛାଡି ପଦାକୁ ଚାଲି ଆସୁଥିବାରୁ ଦୁର୍ଘଟଣା ବଢୁଥିଲା । । ସାନଘାଗରା ସମ୍ମୁଖରେ ଦୁଇଟି ଝୁଲନ୍ତା ଚଲାପଥ ଆରମ୍ଭ ହେବା ପରେ ଯାହାକୁ ଦେଖିବାକୁ ପର୍ଯ୍ଯଟକଙ୍କ ଭିଡ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.