ଗଜପତି ଜିଲ୍ଲାରେ ଅବକାରୀ ଫ୍ଲାଇଙ୍ଗ ସ୍ବାର୍ଡର ବଡଧରଣର ଚଢାଉ, ୧ହଜାର୨୦ଲିଟର ଦେଶୀ ମଦ ଜବତ

ଗଜପତି: ଗଜପତି ଜିଲ୍ଲାରେ ଗଞ୍ଜେଇ ପରେ ଏବେ ବେଆଇନ ଦେଶୀ ମଦର ବନ୍ୟା । ଯାହାକୁ ନେଇ ବଡଧରଣର ଚଢଉ କରିଛି ରାଜ୍ୟ ଅବକାରୀ ବିଭାଗ । ରାଜ୍ୟ ଅବକାରୀ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ କଟକ ଫ୍ଲାଇଙ୍ଗ ଷ୍କୁଆଡ, ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ସଂସ୍ଥା ଗଜପତି ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସ ମିଳିତ ଚଢଉ ହୋଇଥିଲା ।

ଅଡାସିଙ୍ଗ, ପରିସଲ, ଲାଞ୍ଜିପଦର, ସିଙ୍ଗିପୁର ଗ୍ରାମ ଓ ପାହାଡ ଗୁଡିକରେ ରେଡ୍ ହୋଇଥିଲା । ରେଡ୍ ସମୟରେ ୧ହଜାର୨୦ଲିଟର ଦେଶୀ ମଦ, ୧୪ହଜାର କିଲୋ ମଦ ପୋଚ, ୨୦ରୁ ଉର୍ଦ୍ଦ ଦେଶୀ ମଦ ଭାଟି ନଷ୍ଟ କରିଛି ଟି । ନିକାଞ୍ଚନ ଜଙ୍ଗଲରେ ଝରଣା ପାଣିରୁ ଦେଶୀ ଉପାୟରେ ଦେଶୀ ମଦ ରନ୍ଦା ଚାଲିଥିବା ଦେଖିବାକୁ ପାଇଥିଲେ ଚଢଉକାରୀ ଦଳ । ସେହିପରି ସିଙ୍ଗିପୁର ଗ୍ରାମରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା। କିଛି ଲୋକଙ୍କ ଘର ବାରୀ ପଛ ପଟେ ରନ୍ଦା ଚୁଲି ନିର୍ମାଣ କରି ବେଧଡକ ମଦରନ୍ଦା କରାଯାଉଥିବା ଦେଖିବାକୁ ପାଇଥିଲା ଚଢାଉକାରୀ ଦଳ।

ଏପରିକି ମଦ ପୋଚ ଗୁଡିକ ଜରୀରେ ଭରି ନାଳ, ନର୍ଦ୍ଦମା, ପରିତ୍ୟକ୍ତ ସ୍ଥାନ, ଜମୀ ହୁଡା, ପୋଖରୀ ହୁଡାରେ ରଖାଯାଇଥିଲା । ତେବେ ଏହି ବେଆଇନ ମଦ ପ୍ରସ୍ତୁତି ଓ ଚୋରା ମଦ ବିକ୍ରୟ କରିବାକୁ ୩୦କିମି ପାହାଡ ଚଢି ଚଢି ଚଢାଉ ଦଳ ପହଞ୍ଚୁଥିବା ବେଳେ କେବେଳ ମଦ, ପୋଚ, ମଦ ପ୍ରସ୍ତୁତି ସାମଗ୍ରୀ ସମେତ ମଦ ଭାଟି ମିଳିଲା କିନ୍ତୁ ମାଫିଆ ମାନେ ଜଣେ ଭି ଧରାପଡିନାହାଁନ୍ତି । ତଥାପି ଏପରି ଚଢଉ ଆଗକୁ ମଧ୍ୟ ଜାରି ରହିବ ବୋଲି ତଦନ୍ତକାରୀ ଦଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.