ସ୍କର୍ପିଓରୁ ଧରାପଡିଲେ ତିନି ଲକ୍ଷ ଚାଳିଶ ହଜାର
ବିନିକା ଥାନା ଗନିଆ ଛକ ଠାରେ ଆଜି ଫ୍ଲାଇଙ୍ଗ ସ୍କୁଆର୍ଡ଼ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ସ୍କରପିଓ ଗାଡିରୁ 3 ଲକ୍ଷ 40 ହଜାର ଟଙ୍କା ଜବତ କରିଛି |

ବିନିକା : ବିନିକା ଥାନା ଗନିଆ ଛକ ଠାରେ ଆଜି ଫ୍ଲାଇଙ୍ଗ ସ୍କୁଆର୍ଡ଼ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ସ୍କରପିଓ ଗାଡିରୁ 3 ଲକ୍ଷ 40 ହଜାର ଟଙ୍କା ଜବତ କରିଛି | ସେଲେଡି ଗ୍ରାମର କୁବେର ପେରା ଉକ୍ତ ଟଙ୍କା ନେଇ ବିନିକାରୁ ବରପାଲି ପଟକୁ ଯାଉଥିଲେ | ଗନିଆ ଛକରେ ଫ୍ଲାଇଙ୍ଗ ସ୍କୁଆଡ଼ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା | ତାଙ୍କ ଠାରୁ 3 ଲକ୍ଷ 40 ହଜାର ଟଙ୍କା ବାହାରିଥିଲା |
ସେ ଆବଶ୍ୟକ କାଗଜ ପତ୍ର ଦେଖାଇ ନ ପାରିବାରୁ ପୁଲିସ ଟଙ୍କାକୁ ଜବତ କରିଛି | ଦୁଇ ଜଣକୁ ପୁଲିସ ଅଟକ କରି ପଚରା ଉଚରା କରିବାରୁ ଜଣାପଡିଛି ଯେ ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମର କୁବେର ପେରା କୁକୁଡ଼ା କିଣିବାକୁ ଏକ ଫାର୍ମ କୁ ଗାଡ଼ି ପଠାଇ ଥିଲେ । ବ୍ୟାଙ୍କ୍ ରେ ଅନଲାଇନ୍ ପଇସା ଟ୍ରାନଫର୍ ନ ହେବାରୁ ସେ ନଗଦ ଟଙ୍କା ଧରି ଯାଉଥିବା ବେଳେ ଧରାପଡିଥିଲେ।