କେନ୍ଯୁଜ୍: ଦେବଗଡ଼ ପୁରୁଣାଗଡ଼ଠାରେ ୪୯ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧିନ ଫ୍ଲାଏଓଭର ବ୍ରିଜର ଗୋଟିଏ ସ୍ପାନ ଭୁଷୁଡି ପଡିଛି । କୋଲକାତା- ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ଏହା ହଠାତ୍ ଭୁଷୁଡି ପଡିଥିଲା । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଅତିରିକ୍ତ ଜିଲ୍ଲପାଳ ଧରମ ହାଂସଦା, ତହସିଲଦାର ପଲ୍ଲବୀ ନାଏକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।