ଶ୍ରୀମନ୍ଦିର ପରିସରରେ ପୁଣି ଲାଗିଲା ଲାଇଟ, କିଛି ଦିନ ତଳେ ଖୋଲି ଦେଇଥିଲା କଣ୍ଟ୍ରାକ୍ଟର

କେନ୍ୟୁଜ(ବ୍ୟୁରୋ) : ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ପୁଣି ଥରେ ହୋଇଛି ବ୍ୟବସ୍ଥା । ଆଗାମୀ ଦିନରେ ସ୍ଥାୟୀ ଭାବେ ଆଲୋକୀକରଣର ବ୍ଯବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ସରକାର ବଦଳିବ ପରେ ହଠାତ ଫୋକସ ଲାଇଟଗୁଡିକୁ କଣ୍ଟ୍ରାକ୍ଟର ଖୋଲି ଦେଇଥିଲା ।
ଫଳରେ ରାତିରେ ଶ୍ରୀମନ୍ଦିରର ଚତୁଃପାର୍ଶ୍ଵ ଅନ୍ଧାର ହୋଇଯାଇଥିଲା । ରାତିରେ ଦୂରରୁ ବଡ଼ ଦେଉଳକୁ ଦେଖି ହେଉନଥିଲା। ଅନ୍ଧାର ହୋଇଯାଇଥିଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ । ଭକ୍ତମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିବା ପରେ ପୁଣି ଥରେ ଲାଇଟ୍ ର ବ୍ଯବସ୍ଥା କରାଯାଇଛି ।
ଲାଇଟ୍ କାହିକି କଢ଼ା ଯାଇଥିଲା, ତାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯ ଶାସନ ସଚିବ । ଲାଇଟ୍ କାଢ଼ିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଉକ୍ତ କମ୍ପାନିର ୪ ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି ।