କୁହୁଡିରେ ଲୁଚିଗଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ଦେଖିପାରିଲେନି ପର୍ଯ୍ୟଟକ
ଗୋପ : ଘନ କୁହୁଡି ବଳୟରେ କୋଣାର୍କର ବ୍ଲାକ ପାଗୋଡା । ଲୁଚିଗଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଖାଲି ସୂର୍ଯ୍ୟ ମନ୍ଦିର ନୁହେଁ, ରାସ୍ତା ଘାଟ ସହ କୋଣାର୍କ ବଜାର, ଗୋପ ଓ କାକଟପୁର ବଜାର ମଧ୍ୟ କୁହୁଡିରେ ଦୃଶ୍ୟମାନ ହେଉନି । ଫଳରେ ସୂର୍ଯ୍ୟମନ୍ଦିର ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ କଳା ସସ୍କୃତି ଦେଖିବାରୁ ବଞ୍ଚିତ ରହିଛନ୍ତି । କୋଣାର୍କ ବଜାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ଦୀର୍ଘସମୟ ଧରି କୁହୁଡି ଚାଦର ତଳେ ଲୁଚି ରହିଥିଲା । କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ନିକଟ ଥିବା କୌଣସି ଜିନିଷ ମଧ୍ୟ ଖାଲି ଆଖିକୁ ଦୃଶ୍ୟମାନ ହେଉନଥିଲା ।