ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆବରଣ , ସକାଳୁ ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ କୁହୁଡ଼ିର ଆବରଣ। ଘନ କୁହୁଡ଼ିରେ ଅନେକ ସ୍ଥାନ ଆଚ୍ଛାଦିତ ହୋଇ ରହିଛି। ଘରୁ ବାହାରିଲେ ଖାଲି କୁହୁଡ଼ି ଆଉ କୁହୁଡ଼ି। ଏହା ସହ କାକର ବୁନ୍ଦା ପଡ଼ି ବର୍ଷାର ଭ୍ରମ ସୃଷ୍ଟି କରୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାତି ପ୍ରାୟ ୨ଟାରୁ ଭିଜିବିଲିଟି କମିବା ସହ ସାମାନ୍ୟ କୁହୁଡ଼ି ସକାଳେ ବହଳିଆ ଆସ୍ତରଣ ଭଳି ଜମି ରହିଥିଲା।

fog2ଭିଲିବିଲିଟି ୫୦ମିଟରକୁ ମଧ୍ୟ କମି ଆସିଛି। ଫଳରେ ରାସ୍ତାରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି । ବାଧାପ୍ରାପ୍ତ ହୋଇଛି ରେଳ ସେବା ଓ ବିମାନ ସେବା । ଶୀତର ମାତ୍ରା ସାମାନ୍ୟ କମ୍‌ ଥିବା ବେଳେ କୁହୁଡ଼ି ସମସ୍ୟାକୁ ବଢ଼ାଇ ଦେଇଛି। ୨୫ ତାରିଖଠୁ କୁହୁଡିର ମାତ୍ରା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ଶୀତ ଜାରି ରହିବ। ପାରଦ ମଧ୍ୟ ୧୦ଡିଗ୍ରୀ ତଳକୁ ଖସିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.