ଆଜି ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଥିଲା ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ

ଭୁବନେଶ୍ୱର: ଟ୍ଵିନସିଟିରେ କୁହୁଡ଼ିର ଚାଦର। ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଥିଲା ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। କୁହୁଡ଼ିର ବହଳିଆ ଆସ୍ତରଣ ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୃଶ୍ୟମାନ କ୍ଷମତା କମିଆସିଥିବାରୁ ଅନେକ ସ୍ଥାନରେ ରାସ୍ତାରେ ୨୦ମିଟର ଦୂରରୁ ଆସୁଥିବା ଗାଡ଼ି ମଟର ଚଳାଚଳରେ ସମସ୍ୟା ଉପୁଜିଥିଲା। ଭୁବନେଶ୍ୱରର ପଟିଆ, ରସୁଲଗ଼ଡ, ଜୟଦେବ ବିହାର, ବରମୁଣ୍ଡା ଆଦି ବିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା କମିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.