ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ଜାରି ରହିବ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ଆଜି ବି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇବ। ମେଘୁଆ ପାଗ ଯୋଗୁ ଧାନ ଓ ପନିପରିବା ଜାତୀୟ ଚାଷରେ ରୋଗପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି।  ଆଗାମୀ ୩ରୁ ୪ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ହେବାର ସମ୍ଭାବନା ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିଛି। ଆଜି ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ  ଏନେଇ ଟ୍ୱିଟ୍ କରାଯାଇଛି।

ଅନ୍ଯପଟେ ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ । ଅମଳ କରିବା ଆଗରୁ ଏକରଏକର ଧାନ ଫସଲ ପାଣିରେ ବୁଡ଼ି ରହିଛି। କେବଳ ଧାନ ନୁହେଁ ପନିପରିବା ମଧ୍ୟ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି। ପାଣି ପଶି ଫସଲ ନଷ୍ଟ ହୋଇଯାଇଥିବାରୁ  ଧାନ ଚାଷ ଉପରେ ନିର୍ଭର କରୁଥିବା ଶହ ଶହ ଚାଷୀ ମୁଣ୍ଡରେ ହାତ ଦେଇ ସହାୟତାକୁ ଅନାଇ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.