ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ କୋହଲା ପାଗ, ବୋହୁଛି ହାଲୁକା ପବନ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜଧାନୀ ସମେତ ରାଜ୍ଯର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ସହିତ ହାଲୁକା ପବନ ବୋହୁଛି। ଯାହା ଶୀତର ଆଗମନ ଭଳି ଅନୁଭୂବ ହେଉଛି । ଆଜି ସକାଳୁ ସକାଳୁ କିଛି ସେକେଣ୍ଡ ପାଇଁ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ତେବେ ଆଗକୁ ଶୀତର ପରିମାଣ ବଢିବ ବୋଲି ଆଶା କରାଯାଉଛି ।

ଅନ୍ଯପଟେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ସହ ସମୁଦ୍ର ପତନ ଠାରୁ ୫.୮କିମି ଉପରେ ଘୁର୍ଣ୍ଣିବଳୟ କ୍ଷେତ୍ର ମଧ୍ୟ ରହିଛି। ଆଗାମୀ ୨ଦିନରେ ଏହା ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.