ଆଉ ୨୪ଘଣ୍ଟା ରହିବ କୋହଲା ପାଗ

କେନ୍ୟୁଜ୍ : ଆଉ ୨୪ଘଣ୍ଟା ରହିବ କୋହଲା ପାଗ। ଆଭ୍ୟନ୍ତରୀଣ ଓଡିଶାରେ ହାଲ୍‌କା ବର୍ଷା ହେଉଛି। ସୁନ୍ଦରଗଡ଼ରେ ସର୍ବାଧିକ ୮ମି.ମି ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ପର‌୍ୟ୍ୟନ୍ତ ଓଡିଶାରେ ହାଲ୍‌କା ବର୍ଷା ଲାଗି ରହିବ। ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନ ଦକ୍ଷିଣ ଓଡିଶା, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଆଜି ଭୁବନେଶ୍ୱରର କେତେକ ସ୍ଥାନରେ ହାଲ୍‌କା ହାଲ୍‌କା ବର୍ଷା ହୋଇଛି। ଏହା ପରେ ଧୀରେ ଧୀରେ ଶୀତର ପ୍ରକୋପ କମିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.