କୁହୁଡ଼ି ହେଲା କାଳ: ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ

ଦାରିଙ୍ଗବାଡି: କୁହୁଡ଼ି ହେଲା କାଳ । ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ , ହେଲପର ଗୁରୁତର ଅଛନ୍ତି । କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ଭାରସାମ୍ୟ ହରାଇ ଦାରିଙ୍ଗବାଡି ଥାନା ଦଣ୍ଡିମା ଗାଁ ନିକଟରେ ବିଶାଳ ଗଛକୁ ଧକ୍କା ଦେଇଥିଲା । ଫଳରେ ମିନିଟ୍ରକ ଭିତରେ ହିଁ ଚାଳକ ଚାପି ହୋଇରହିଯାଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଯାଇଥିବା ଚାଳକଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ । ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ କଲ କରିଥିଲେ ସ୍ଥାନୀୟ ଲୋକ । ବହୁ ଚେଷ୍ଟା ପରେ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 

ଆହୁରି ପଢ଼ନ୍ତୁ : ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ , ୨୦ ସ୍କୁଲ ଛାତ୍ରଛାତ୍ରୀ ଆହତ