କିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକର ତାଳବାହାଳି ଠାରେ କିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ବଣ୍ଟନ। କାର୍ଯ୍ୟକ୍ରମରେ କିସ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସହିତ ଖାତା, କଲମ, ଡ୍ରେସ ଆଦି ବଣ୍ଟନ କରାଯାଇଥିଲା। କରୋନା କଟକଣା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ କିସ ଛାତ୍ରଛାତ୍ରୀମାନେ ନିଜ ନିଜ ଘରେ ରହି ଅନ୍ଲାଇନ୍ରେ ପାଠ ପଢୁଛନ୍ତି । ଛାତ୍ରଛାତ୍ରୀ କିଭଳି ଘରେ ରହି ଭଲରେ ପାଠ ପଢିପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଏଥିପାଇଁ ଡକ୍ଟର ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।