କାନାରା ବ୍ୟାଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ କରାଗଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର (କେନ୍ୟୁଜ୍) : ୭୩ ତମ ସ୍ୱାଧୀନତା ଦିବସ ଉପଲକ୍ଷେ କାନାରା ବ୍ୟାଙ୍କ ଭୁବନେଶ୍ୱର ଶାଖା ପକ୍ଷରୁ ପାଳନ କରାଯାଇଛି । ବ୍ୟାଙ୍କର ଜେନେରାଲ ମ୍ୟାନଜେର ଶ୍ରୀକାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ତେବେ ଏହି ଅବସରରେ ସହିଦ ନଗର ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି ଇନଭେଟର ସମେତ ଅନ୍ୟାନ୍ୟ ସାମଗ୍ରୀ ସହାୟତା ପ୍ରଦାନ କରିଥିଲେ । ଡିଜିଏମ୍ ଶ୍ରୀ ଜୋଗିନ୍ଦେର ସିଂ ଘଙ୍ଗେସ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କାନାରା ବ୍ୟାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.