ଭିଜିଲାନ୍ସ ଜାଲରେ ଫୁଡ୍ ଇନ୍ସପେକ୍ଟର, ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା

ପଟ୍ଟାମୁଣ୍ଡାଇ : ଭିଜିଲାନ୍ସ ଜାଲରେ ଫୁଡ୍ ଇନ୍ସପେକ୍ଟର । ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଏକ ନାଟକୀୟ ଶୈଳୀରେ କେନ୍ଦ୍ରାପଡା ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାରଙ୍କୁ ଧରିଛି ଭିଜିଲାନ୍ସ l ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ତେବେ ଆଜି ଟଙ୍କା ନେବା ପାଇଁ ଅଧିକାରୀ ରାସ୍ତା କଲେଜ୍ ଛକ ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ l ଭିଡରେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାଷଙ୍କୁ କାବୁ କରି ନେଇଥିଲା l ପରେ ବିଭାଷଙ୍କ ଭଡ଼ାଘରେ ଭିଜିଲାନ୍ସ ଚଢାଉ କରିଛି l