ଭିଜିଲାନ୍ସ ଜାଲରେ ଫୁଡ ଇନ୍ସପେକ୍ଟର, ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଫୁଡ୍ ଇନ୍ସପେକ୍ଟର ।  ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  ।  ଏକ ନାଟକୀୟ ଶୈଳୀରେ କେନ୍ଦ୍ରାପଡା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାରଙ୍କୁ ଧରିଛି ଭିଜିଲାନ୍ସ । ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ  ।  ତେବେ ଆଜି ଟଙ୍କା ନେବା ପାଇଁ ଅଧିକାରୀ ରାସ୍ତା କଲେଜ୍ ଛକ ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ ।  ଭିଡରେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାଷଙ୍କୁ କାବୁ କରି ନେଇଥିଲା ।  ପରେ ବିଭାଷଙ୍କ ଭଡ଼ାଘରେ ଭିଜିଲାନ୍ସ ଚଢାଉ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like