ନୂଆପଡ଼ା : ଦଶାହ ଭୋଜି ଖାଇ ୩୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ

ନୂଆପଡ଼ା : କୋମନା ବ୍ଳକ ଟିକ୍ରାପଡା ଗାଁରେ ରବି ଶବର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଦଶାହ ଭୋଜିର ଆୟୋଜନ ହୋଇଥିଲା । ଏହି ଭୋଜି ଖାଇବା ପରେ ପ୍ରଥମେ ଗାଁ ଲୋକଙ୍କ ପେଟ ଦରଜ ହେବା ସହ ମୁଣ୍ଡ ବୁଲାଇଥିଲା । ପରେ ଝାଡାବାନ୍ତି ହୋଇଥିଲା । ଖବର ପାଇ କୋମନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଦଳ ଟିକ୍ରାପଡା ଗାଁରେ ପହଞ୍ଚି ରୋଗୀଙ୍କୁ ସାଲାଇନ ଓ ମେଡିସିନ ଦେଇଥିଲେ । ଗୁରୁତର ୨୬ଜଣଙ୍କୁ କୋମନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଫୁଡ୍ ପଏଜନ ପାଇଁ ଝାଡାବାନ୍ତି ବ୍ୟାପିଥିବା ବେଳେ ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଡାକ୍ତର କହିଛନ୍ତି ।