ହଷ୍ଟେଲରେ ରାତ୍ରି ଭୋଜନ ଖାଇବା ପରେ ଛାତ୍ରୀ ଅସୁସ୍ଥ ଘଟଣା , ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ଗଜପତି ଜିଲ୍ଲା ତର୍ବାସିଂ ଡିଆରଡବ୍ଲୁ ହଷ୍ଟେଲରେ ରାତି ଭୋଜନ ଖାଇ ୮୬ ଜଣ ଛାତ୍ରୀ ଅସୁସ୍ଥ । ସେମାନଙ୍କ ଖାଦ୍ୟରେ କିଛି ବିଷାକ୍ତ ଖାଦ୍ୟ ମିଳିଥିବା ଅନୁମାନ କରାଯାଉଛି । ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାମଗିରି ଥାନା ପୋଲିସ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

stuuଗତକାଲି ହଷ୍ଟେଲରେ ରାତ୍ରି ଭୋଜନ ଖାଇବା ପରେ ୮୬ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ସମସ୍ତଙ୍କୁ ପ୍ରଥମେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ଚିକିତ୍ସା ପରେ ସମସ୍ତ ଛାତ୍ରୀ ଏବେ ସୁସ୍ଥ ହୋଇ ହଷ୍ଟେଲ ଫେରିଛନ୍ତି । ଖାଦ୍ୟରେ କୌଣସି ବିଷାକ୍ତ ପଦାର୍ଥ ମିଶାଯାଇଥିବା ସନ୍ଦେହ କରାଯାଉଛି। ରୋଷେୟାଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହି ଅଘଟଣ ଘଟିଥିଲା। ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like