ବାହାଘର ଭୋଜି ଖାଇ ବର କନ୍ୟାଙ୍କ ସମେତ ୧୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର : ବାହାଘର ଭୋଜି ଖାଇ ଅସୁସ୍ଥ । ବର, କନ୍ୟାଙ୍କ ସମେତ ୧୫୦ରୁ ଅଧିକ ଅସୁସ୍ଥ ଅଛନ୍ତି । ସେମାନଙ୍କୁ ଜଳେଶ୍ୱରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ରାତିରେ ବାହାଘର ଭୋଜି ହୋଇଥିଲା। ଭୋଜି ଖାଇବା ପରେ ସମସ୍ତଙ୍କ ପେଟ କାଟିବା ସହ ଝାଡାବାନ୍ତି ହୋଇଥିଲା। ଆକ୍ରାନ୍ତଙ୍କ ସଖ୍ୟା ବଢିବାରୁ ଚିକିତ୍ସା ପାଇଁ ଗାଁରେ ଏକ ଅସ୍ଥାୟୀ ଶିବିର ଖୋଲାଯାଇଛି।

Leave A Reply

Your email address will not be published.