କେନ୍ଦୁଝରରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୯ ଗୁରୁତର

କେନ୍ଦୁଝର (କେନ୍ୟୁଜ୍) : ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୯ ଗୁରୁତର। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଅଘଟଣ ଘିଟିଛି। ମୃତକ ଜଣକ ହେଲେ ମିଟୁ ନାୟକ। ସମସ୍ତ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ନୂଆ ଗାଁରେ ପୁରେନ୍ଦ୍ର ନାୟକଙ୍କ ଝିଅ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା। ଘରେ ଏକାଠି ହୋଇ ଖାଇବା ସହ ଟେଣ୍ଟ କାମ ଚାଲିଥିଲା।

ରାତି ୧୦ଟା ସମୟରେ ଖାଇବା ପରେ ସମସ୍ତଙ୍କର ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା। ସମସ୍ତ ଅସୁସ୍ଥକୁ ପ୍ରଥମେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। କଟକ ସ୍ଥାନାନ୍ତରିତ କରିବା ବାଟରେ ମିଟୁ ନାୟକଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.