ଭୁବନେଶ୍ୱେର : ଦୁଇ ଦିନ ଭିତରେ ସ୍ବାଭାବିକ ହେବ ଆଳୁ ସମସ୍ୟା । ଉତ୍ତରପ୍ରଦେଶ ସହ ପଶ୍ଚିମବଙ୍ଗରୁ ବି ଆଳୁ ଆସିବ । ଏଥିପାଇଁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କଥାବାର୍ତ୍ତା ଚାଲିଛି, ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖୋଲା ବଜାରରେ ଚଢ଼ା ଦରରେ ବିକ୍ରି ହେଉଥିବାରୁ ଅଧିକାରୀ ମାନେ ଚଢ଼ାଉ ଜାରି ରଖିଛନ୍ତି ।
ଅନ୍ୟପଟେ ବିଭିନ୍ନ ସ୍ଥାନରେ ଆଳୁ କେଜି ୬୦ ଟଙ୍କା ପାର କଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ବଜାରରୁ ଆଳୁ ମଧ୍ୟ ଉଭାନ ହୋଇଗଲାଣି । ଯେଉଁଠି ବସ୍ତା ବସ୍ତା ଆଳୁ ଗଦା ହୁଏ ସେଠି ପୂରା ଫାଙ୍କା । ସେପଟେ ଆଜି ଭୁବନେଶ୍ବରକୁ ୪ଟି ଆଳୁ ଗାଡି ଆସିଛି । ୱେଷ୍ଟ ବେଙ୍ଗଲରୁ ୩ଟି ଓ ଉତ୍ତର ପ୍ରଦେଶରୁ ଗୋଟିଏ ଆଳୁ ଗାଡି ଆସିଛି । ମୋଟ ୧୨୦ ଟନ୍ ଆଳୁ ଆସିଛି । ଆଜି ଗୋଦାମରେ ଆଳୁ ଦର କିଲୋ ପ୍ରତି ୩୭ ଟଙ୍କା ରହିଛି ।