କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ୭ଫୁଟ ଲମ୍ବ ଅଜଗର ଉଦ୍ଧାର

କୋରାପୁଟ(କେନ୍ଯୁଜ୍): ୭ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର। କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ଉଦ୍ଧାର କରାଯାଇଛି। ଓଡ୍ରାଫର ନବ ନିର୍ମିତ କୋଠାର କାମ ଦେଖିବାକୁ ଯାଇଥିବାବେଳେ ଯବାନମାନେ ସାପଟିକୁ ଠାବ କରିଥିଲେ।

ସ୍ନେକ ଲାଇନ୍‌ ହେଲପ୍‌ ଲାଇନ୍‌ ଆସି ସାପକୁ ଉଦ୍ଧାର କରିଛି। ସାପଟିକୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ନିକଟସ୍ଥ କୌଣସି ଜଙ୍ଗଲରେ ଅଜଗରକୁ ଛଡାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.