ସ୍ୱଚ୍ଛତା ପାଇଁ ଚାଲିଗଲା ମୁଣ୍ଡଉପର ଛାତ : ପ୍ରଦୂଷଣ ପାଇଁ ପରିବାରକୁ ଗାଁରୁ ବାସନ୍ଦ

ରାଇସ୍ ମିଲ୍ର ପ୍ରଦୂଷଣକୁ ବିରୋଧ କରି ଗୋଟିଏ ପରିବାର ଗାଁରୁ ବାସନ୍ଦ ହୋଇଛି । ଏଭଳି ଏକ ଘଟିଛି କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ରତନପୁର ଗ୍ରାମରେ। ଶେଷକୁ ଉପୟଶୂନ୍ୟ ହୋଇ ବାସନ୍ଦ ପରିବାର ଏବେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ବଞ୍ଚିବାର ଅଧିକାରରୁ ବଞ୍ଚିତ ଭରତ ସେଠୀଙ୍କ ପରିବାର । କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ରତନପୁର ପଞ୍ଚାୟତର ଜାହାଙ୍ଗିରପୁରର ଏକ ରାଇସ୍ ମିଲ୍ ପାଖରେ ଭରତଙ୍କ ଘର । ମିଲ୍ରୁ ବାହାରୁଥିବା ପ୍ରଦୂଷଣରେ ନୟାନ୍ତ ହୋଇ ଶେଷକୁ ବିରୋଧ କରିଥିଲେ ଭରତ । ଯାହାର ପରିଣାମ ସ୍ବରୁପ ଗାଁରୁ ବାସନ୍ଦ କରାଯାଇଥିଲା । ଗାଁ କମିଟି ବି ନ୍ୟାୟ ଦେଲାନି ଓଲଟା ଦେଲା ଅର୍ଥ ଦଣ୍ଡ ।

ଭରତଙ୍କ ପରିବାରକୁ ବର୍ଷେ ପାଇଁ ଗ୍ରାମରୁ ବାସନ୍ଦ କରାଯାଇଛି । ତେଣୁ ନାନା ହଇରାଣ ହରକତ ହେଉଛନ୍ତି ପୂରା ପରିବାର ଏଣୁ ଥାନା, ତହସିଲ, କଟକ ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଥିଲେ ହେଲେ କିଛି ହେଲା ନାହିଁ । ଏବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସେଠୀ ପରିବାର ।ତେବେ ଘଟଣାକୁ ନେଇ ରାଇସ୍ ମିଲ୍ ମାଲିକଙ୍କ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.