ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା : ପୁରୀ ରିଜର୍ଭ ପୋଲିସ ପକ୍ଷରୁ ମକଡ୍ରିଲ ଅଭ୍ୟାସ

ପୁରୀ: ସୁରକ୍ଷିତ ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅଭ୍ୟାସ। ରିଜର୍ଭ ପୋଲିସ ଲାଇନ୍‌ ପଡିଆରେ ରଥ ଟଣାର ମକଡ୍ରିଲ କରାଯାଇଛି। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥକୁ କିଭଳି ଭାବେ ଟଣାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଉଛି। ମକଡ୍ରିଲରେ ୩ଟି ଯାନକୁ ୩ଟି ରଥ ଭାବେ ଟଣା ଯାଇଥିଲା।

ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିଭଳି ସମନ୍ଵୟ ରଖାଯିବ ତାଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏହି ମକଡ୍ରିଲରେ ଆଇଜି ଅମିତାଭ୍‌ ଠାକୁର, ର‍୍ୟାପିଡ୍‌ ଆକ୍ସନ ଫୋର୍ସ, ସୁଇଫ୍‌ଡ ଆକ୍ସନ ଫୋର୍ସ ଓ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.