ରାଜ୍ୟ

ଗଜପତି: ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଆଦିବାସୀ ଅଧ୍ୟୁଷିତ ତଇ ଗାଁର କିଛି ଚାଷୀ, ପ୍ରଥମ ଥର ପାଇଁ ପାହାଡିଆ ଜମିରେ ଫଳାଇଲେ ପିଆଜ

ଗଜପତି: ଏ ହେଉଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତଇ ଗ୍ରାମ । ଗାଁଟି ଛୋଟ ହୋଇଥିଲେ ମଧ୍ୟ ଜିଲ୍ଲାରେ ପ୍ରଥମ ଥର ପାଇଁ ପିଆଜ ଚାଷ କରି ଆଦର୍ଶ ପାଲଟିଛନ୍ତି ଗ୍ରାମବାସୀ । ୨୮ ଗୋଟି ଘର ଥିବା ଏହି ଗ୍ରାମରେ ଯାହା ଘରେ ଦେଖିବ ଖାଲି କ୍ୟୁଣ୍ଟାଲ୍ କ୍ୟୁଣ୍ଟାଲ୍ ପିଆଜ । ତାହା ପୁଣି ଲକଡାଉନ୍ ସମୟରେ ସୁନାର ଫସଲ ଫଳାଇବାରେ ସଫଳ ହୋଇଛନ୍ତି ଏହି ଆଦିବାସୀ ଚାଷୀମାନେ ।

ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଓଟିଏଲପିର ସହଯୋଗରେ ପାହାଡିଆ ଜମିରେ ପିଆଜ ଚାଷ କରିପାରିଛନ୍ତି ଏହି ଗ୍ରାମବାସୀ । ସଂପୂର୍ଣ୍ଣ ଜୈବିକ ପ୍ରଣାଳୀରେ କୌଣସି ରାସାୟୀନିକ ସାର ପ୍ରୟୋଗ ନକରି ଓଟିଏଲପିରୁ ପାଇଥିବା ପ୍ରଶିକ୍ଷଣ ଅନୁସାରେ ପିଆଜ ଚାଷ ତଇ ଓ ଗଡାପଦର ଗ୍ରାମବାସୀ ସମୁଦାୟ ୭୦ ଗୋଟି ଆଦିବାସୀ ପରିବାର ସଫଳତାର ସହ ଚାଷ କରିପାରିଛନ୍ତି । ଯାହା ଜିଲ୍ଲାବାସୀଙ୍କ ପାଇଁ ଆର୍ଦଶ ପାଲଟିଛନ୍ତି ସମଗ୍ର ଜିଲ୍ଲାରେ ଏହି ଚାଷି ମାନେ । ସେପଟେ ଚାଷୀ ମାନେ ମଧ୍ୟ ବେସ ଖୁସି ଅଛନ୍ତି ନିଜ ଚାଷ ଦେଖି । ଏହାସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବହୁ ପୂର୍ବରୁ କ୍ଷେତରେ ଚାରା ସୃଷ୍ଟି କରିବା ସହ ଚାରା ରୋପଣ କରି ପିଆଜ ଚାଷ ଆରମ୍ଭ କରିଥିଲେ ମଧ୍ୟ ଚାଷୀମାନେ ଲକଡାଉନକୁ ନେଇ ଭୟଭୀତ ରହିଥିଲେ କାଳେ ଚାଷ ନଷ୍ଟ ହୋଇଯିବ ଭାବି । ସଠିକ୍ ସମୟରେ ଜିଲ୍ଲା ପ୍ରଶାସନ ଓ ଓଟିଏଲପି ପକ୍ଷରୁ ବାରମ୍ବାର ସଚେତନତା ସହ କିପରି ସମାଜିକ ଦ୍ୱରତ୍ୱ ରକ୍ଷା କରିବା ମାସ୍କ ପିନ୍ଧିବେ ଓ ହାତ ସାବୁନରେ ଧୋଇବେ ପ୍ରଶିକ୍ଷିତ କରାଇ ଜିଲ୍ଲା ପ୍ରଶାସନ ଓ ଓଟିଏଲପି ବିଭାଗ ପିଆଜ ଚାଷୀଙ୍କ ଚାଷକୁ ବଞ୍ଚାଇବା ପାଇଁ ଯେଉଁ ପ୍ରୟାସ କରିଥିଲେ ତାହା ସଫଳ ହୋଇଛି ଏବଂ ତଇ ଓ ଗଡାପଦର ଚାଷିମାନେ ସଫଳତାର ସହ ପିଆଜ ଚାଷ କରି ପ୍ରଶାସନର ଓ ରାଜ୍ୟ ସରକାରଙ୍କର ମହତ୍ତ୍ୱ ଉଦେଶ୍ୟକୁ ଫଳପ୍ରଦ କରିଛନ୍ତି । ଯାହାକୁ ନେଇ ଓଟିଏଲପି ଅଧିକାରୀମାନେ ମଧ୍ୟ ବେସ ସନ୍ତୋଷ ପ୍ରକାଶ କରିଛନ୍ତି ।

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

2 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

53 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago