ପ୍ରଥମ ଥର ପାଇଁ ମାଓବାଦୀଙ୍କ ଠାରୁ ମିଳିଲା ମୁଦ୍ରଣ ଉପକରଣ, ଛାପୁଥିଲେ ନକଲି ନୋଟ୍

ମାଲକାନଗିରି/ଜୟପୁର(କେନ୍ୟୁଜ୍): ମାଓବାଦୀ ବ୍ୟବହାର କରୁଛନ୍ତି ନକଲି ନୋଟ୍ । ଛତିଶଗଡ଼ର ସୁକମା ଜିଲ୍ଲାର କୋରଜଗଡ଼ ଜଙ୍ଗଲରୁ ମାଓ ବିରୋଧୀ ଅଭିଯାନ ବେଳେ ବଡ଼ ଖୁଲାସା । ପ୍ରଥମ ଥର ପାଇଁ ମାଓବାଦୀଙ୍କ ଠାରୁ ମିଳିଲା ମୁଦ୍ରଣ ଉପକରଣ । ୫୦ ଟଙ୍କା, ଶହେ ଓ ୫ ଶହ ଟଙ୍କାର ନକଲି ନୋଟ ମିଳିଛି । ଅର୍ଥ ଅଭାବରେ ପୀଡିତ ମାଓବାଦୀ ନକଲି ନୋଟ ବ୍ୟବହାର କରୁଛନ୍ତି ।

କୋରାଜଗୁଡା ଜଙ୍ଗଲରୁ ବହୁ ପରିମାଣର ସାମଗ୍ରୀ ଉଦ୍ଧାର କରାଯାଇଛି । ଦୁର୍ବଳ ମାଓ ସଂଗଠନ ଏବେ ନକଲି ନୋଟ ଭରସାରେ ଥିବାବେଳେ ଏହି ନୋଟ ପରିବର୍ତ୍ତନକୁ ବ୍ୟବହାର କରି ମାର୍କେଟ କୁ ପଠାଯାଉଛି ତାହା ଚର୍ଚ୍ଚା ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

You might also like