ଗମ୍ଭୀରା ଭିତର ଧୂଆଁକୁ ନେଇ ବଢିଲାଣି ଚିନ୍ତା: ଧିରେ ଧିରେ ନଷ୍ଟ ହୋଇଯାଉଛି ମା’ସମଲେଶ୍ୱରୀଙ୍କ ଆଭୂଷଣ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ । ତାଙ୍କ ମହିମା ଅପାର । ମା’ ସମଲେଇଙ୍କ ନାମ ସୁମରଣା କଲେ ସମସ୍ତ ଦୁଃଖ ହୁଏ ଦୂର । ମା’ ଙ୍କୁ ବିଶ୍ୱାସ ଆଉ ଭକ୍ତିରେ ଡାକିଲେ ଓ କରନ୍ତି ମା’। କେବଳ ସେତିକି ନୁହେଁ ଯେଉଁ ଭକ୍ତି ଭାବନାରେ ମା’ଙ୍କୁ ନିଜର ମନସ୍କାମନା ଆମେ ଜଣାଇଥାଉ ମା’ ସେ ସବୁକୁ ଶୁଣିଥାନ୍ତି । ତେବେ ବର୍ତ୍ତମାନ କିନ୍ତୁ ମା’ଙ୍କ ପୂଜା ଧୂଆଁ ଏବେ ପାଲଟିଛି ଚିନ୍ତାର କାରଣ ।

ସମଲେଇ ମନ୍ଦିର ଗର୍ଭ ଗୃହ ବା ଗମ୍ଭୀରା ପାଇଁ ଅସମ୍ଭାଳ ହେଲାଣି ପୂଜା ଧୂଆଁ । ଧୂପକାଠି ଓ ଦୀପ ରୁ ନିର୍ଗତ ଧୂଆଁ ନିଷ୍କାସିତ ହୋଇନପାରି ଗର୍ଭ ଗୃହକୁ କରୁଛି ଧୂଆଁମୟ । ଧୂଆଁ ମାଡରେ ଗର୍ଭଗୃହର କାନ୍ଥ ଓ ଛାତର ଭିତର ଅଂଶସବୁ କଳା ପଡ଼ିଗଲାଣି ।

ପୂର୍ବରୁ ଗର୍ଭ ଗୃହର ମରାମତି ସମୟରେ ପାଣି ନିଷ୍କାସନ ବ୍ୟବସ୍ଥା ସହ ଅନ୍ୟ କେତେକ ଜରୁରୀ ଆବଶ୍ୟକ କାମ ବି କରାଯାଇଥିଲା । ସେତେବେଳେ ଗର୍ଭଗୃହ ସଫେଇ କରି ବ୍ୟାପକ ଅଳନ୍ଧୁ ବାହାର କରାଯାଇଥିଲା । ମା’ଙ୍କ ମନ୍ଦିରରେ ପୂଜକ ମାନେ ଭୋର ୫ଟା ରୁ ପ୍ରବେଶ କରି ରାତି ପ୍ରାୟ ୧୦ପର୍ଯ୍ୟନ୍ତ ରହିଥାନ୍ତି । ତେବେ ଏହି ସମୟରେ ମନ୍ଦିର ଗମ୍ଭୀରା ଭିତର ଧୂଆଁ ଅସ୍ତବ୍ୟସ୍ତ କରିପକାଏ ପୂଜକ ମାନଙ୍କୁ । ଯାହାଫଳରେ ପୂଜକ ମାନେ ଅସୁସ୍ଥ ହେବାର ମଧ୍ୟ ଆଶଙ୍କା ଦେଖାଦେଇଛନ୍ତି l

ଏପଟେ ଧୂଆଁ ଯୋଗୁ ମା’ସମଲେଶ୍ଵରୀଙ୍କ ରୁପାର ପରଭା ସହ ମା’ଙ୍କ ନିକଟରେ ଲାଗିଥିବା ଆଭୂଷଣ ସବୁ ଧୀରେ ଧୀର କଳା ପଡ଼ିଯାଉଛି । ଧୂଆଁ ନିଷ୍କାସନ ବ୍ୟବସ୍ଥା ପାଇଁ ପୂର୍ବରୁ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କ ଅଧୀନସ୍ଥ ପ୍ରତ୍ନତତ୍ତ୍ବ ବିଭାଗର ସହଯୋଗ ଲୋଡ଼ିଥିଲା । ବିଭାଗର ବରିଷ୍ଠ ଯନ୍ତ୍ରୀ ମନ୍ଦିର ପରିଦର୍ଶନ କରିଥିଲେ ହେଁ ଏହି ସମସ୍ୟାର ନିରାକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ନିଆଯାଇପାରିନାହିଁ ।

ସମସ୍ୟା ବଢ଼ୁଥିବାରୁ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ ନିକଟରେ ଏ ସଂକ୍ରାନ୍ତରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଭେଟି ମୌଖିକ ଆଲୋଚନା କରିଥିଲେ । ବିଧିବଦ୍ଧ ଭାବେ ଚିଠି କରାଗଲେ ଆବଶ୍ୟକ ସହାୟତା ଯୋଗାଇଦେବାକୁ କୁଳପତି ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ଵରୀଙ୍କ ଗମ୍ଭୀରା ଭିତର ଧୂଆଁକୁ ନେଇ ଚିନ୍ତା । ପୂଜା ସମୟ ହେଉ ବା ଅନ୍ୟ ଦିନ ମାନଙ୍କରେ ବ୍ୟବହୃତ ଧୂପକାଠି ଓ ଦୀପରୁ ନିର୍ଗତ ଧୂଆଁ ନିଷ୍କାସନର ବାଟ ନାହିଁ । ଯାହାଫଳରେ ଅଣନିଶ୍ୱାସୀ ହେଉଛନ୍ତି ପୂଜକ ନଷ୍ଟ ହେଉଛି ମା’ଙ୍କର ଅଳଙ୍କାର । ସେପଟେ ଦେଖାଯାଉ କେବେ ଏହାର ସମାଧାନର ବାଟ ଫିଟୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like