ପରକୀୟା ପ୍ରୀତି ସନ୍ଦେହ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ମୟୂରଭଞ୍ଜ (କେନ୍ୟୁଜ): ସ୍ତ୍ରୀକୁ ହାଣିଲା ସ୍ୱାମୀ । ପରକୀୟା ପ୍ରୀତି ସନ୍ଦେହ କରି ବିଳମ୍ବିତ ରାତିରେ ସ୍ତ୍ରୀକୁ ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋ ଲାଜୋଡି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ଗତକାଲି ରାତିରେ ଡୋଲାଜୋଡି ଗ୍ରାମର ବୁଢାନ ବାସ୍କେ ସ୍ତ୍ରୀ ଦେଓଲା ବାସ୍କେଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିଲେ । ଚିତ୍କାର ଶୁଣି ପୁଅ ବାପାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୁରାଢ଼ୀ ଚୋଟରେ ମହିଳାଙ୍କ ମୃତ୍ୟୁ ଘଟିସାରିଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସାମର୍ପଣ କରିଥିଲେ । ତେବେ ସ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଫୋନରେ କଥା ହେଉଥିବା ଦେଖି ପରକୀୟା ପ୍ରୀତି ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ପ୍ରକାଶ କରିଛି ଅଭିଯୁକ୍ତ ସ୍ୱାମୀ ।ପୋଲିସ ମଧ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଓ ମୃତ୍ୟ ଦେହ ଜବତ କରି ସାଇଣ୍ଟିଫିକ ଟିମ ସହ ଘଟଣାର ଛାନ ଭିନ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.