ଭୁବନେଶ୍ୱର ଚନ୍ଦକା ସ୍ଥିତ ଶ୍ୟାମସୁନ୍ଦରପୁରରେ ହେବ ଷ୍ଟେଟ ଫରେଷ୍ଟ ଏକାଡେମୀ, ୪୦ କୋଟି ଟଙ୍କା ମଞ୍ଜୁର କଲା ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

ଭୁବନେଶ୍ୱର(କେନ୍ୟୁଜ୍): ଚନ୍ଦକା ସ୍ଥିତ ଶ୍ୟାମସୁନ୍ଦରପୁରରେ ହେବ ଷ୍ଟେଟ ଫରେଷ୍ଟ ଏକାଡେମୀ । ଏଥିପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ । ସେପଟେ ଅପରାହ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପାତ୍ରପଡା ସ୍ଥିତ ସ୍ମୃତି ବନ ଏବଂ ଔଷଧୀୟ ବୃକ୍ଷ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି । ସ୍ମୃତିବନର ନିୟମିତ ରକ୍ଷଣାବେକ୍ଷଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ମୃତି ବନରେ ବୁନ୍ଦା ଜଳସେଚନ ବ୍ୟାବସ୍ଥା ପାଇଁ ସିଟି ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ପରିଦର୍ଶନ ବେଳେ PCCF ସନ୍ଦୀପ ତ୍ରିପାଠୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.