ଜଙ୍ଗଲରୁ କାଠ ନେବାବେଳେ ବନବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ, ଆସନ୍ତା ରବିବାର DFO ଆସିବା ପରେ ହେବ ଆଲୋଚନା

କାମାକ୍ଷାନଗର: ଜଙ୍ଗଲରୁ କାଠ ନେବାବେଳେ ବନବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ । ଢେଙ୍କାନାଳ ମଠକରଗୋଳା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜଙ୍ଗଲରେ କେହି ଦୁର୍ବୃତ୍ତ କିଛି ଗଛ କାଟି ଦେଇଥିଲେ । ତେବେ ସେହି ଗଛ ଗୁଡ଼ିକ ଗ୍ରାମ୍ୟ କମିଟିର ସଦସ୍ୟଙ୍କ ଦ୍ୱାରା ଜଙ୍ଗଲରୁ ଗାଁକୁ ଅଣାଯାଇଥିଲା । ଏହି ସମୟରେ କୌଣସି ସୁତ୍ରରୁ ଖବରପାଇ ଭୁବନ ରେଞ୍ଜର ଅନୀତା ସେଠୀ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି କାଠଗୁଡ଼ିକୁ ଜବତ କରିବା ପାଇଁ ଚେଷ୍ଟା କରିଥିଲେ । ଏହାସହ ଡ୍ରାଇଭରକୁ ଅଟକ ରଖିଥିଲେ ।

ଯାହାକୁ ନେଇ ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ପରେ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିିଥିଲା । ତେବେ ଉଭୟଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ଆପୋସ ସମାଧାନ ପାଇଁ ବାର୍ତ୍ତାଳାପ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିିଳିପାରି ନାହିଁ । ଆସନ୍ତା ରବିବାର DFO ଆସିବା ପରେ ଘଟଣାର ତଦନ୍ତ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.