ସମ୍ବଲପୁର ଚୁଲିଆକାନି ପତ୍ରା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ବନବିଭାଗ ଦ୍ୱାରା ୩ ଗିରଫ

ସମ୍ବଲପୁର(କେନ୍ୟୁଜ୍): ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ଦ୍ୱାରା ୩ଜଣ ଗିରଫ। ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବଡରମା ରେଞ୍ଜ ଭୁତେଲ ସେକ୍ସନ ସର୍ଡା ପଞ୍ଚାୟତ ତିଲେଇମାଲ ଗାଁ ଚୁଲିଆକାନି ପତ୍ରା ଜଙ୍ଗଲରେ ଏହି ଅଘଟଣ ଘଟିଥିଲା।

ଦୁଇ ହାତୀଙ୍କ ମୃତ୍ୟୁ ଘଟଣାରେ ବନବିଭାଗ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଳିତ ମାସ ୬ରେ ଗୋଟିଏ ମାଇ ହାତୀ ଓ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ଚାଲିଥିଲା ତଦନ୍ତ। ତଦନ୍ତ ପରେ ତିଲେଇମାଲ ଗାଁର ୩ଜଣଙ୍କୁ ଗିରଫ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.