କଟକରେ ବାଘ ଛାଲ ଡିଲ୍ ବେଳେ ୨ ଅଭିଯୁକ୍ତ ଗିରଫ

କଟକ ନେତାଜୀ ସୁବାସ ବ୍ରିଜ ପାଖରେ ଚାଲିଥିଲା ବାଘ ଛାଲ ଡିଲ୍ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ ।

କଟକ(କେନ୍ୟୁଜ): କଟକରେ ବାଘ ଛାଲ ରାକେଟ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ । କଟକ ନେତାଜୀ ସୁବାସ ବ୍ରିଜ ପାଖରେ ବିକ୍ରି ପାଇଁ ଚାଲିଥିଲା ଯୋଜନା । ବିଶେଷ ସୂତ୍ରରୁ ଖବର ପାଇ ଜଗି ରହିଥିଲେ କଟକ ସିଟି ଫରେଷ୍ଟ ଡିଭିଜନ ଟିମ୍ । ଟିମକୁ ଦେଖି ବାଇକରେ ଫେରାର ହେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଯାହାଫଳରେ ଟାଙ୍ଗି ଟୋଲ ଗେଟ ପର୍ଯ୍ୟନ୍ତ ଗୋଡ଼ାଇଲା ବନ ବିଭାଗ ଟିମ୍ ।

ସେଠାରେ ଏକ କଲରାପତରିଆ ବାଘ ଛାଲ ପିଙ୍ଗି ଫେରାର ହୋଇଯାଇଥିଲେ ଅଭିଯୁକ୍ତମାନେ । ତେବେ ଘଟଣା ପର ଦିନ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ଜଣକୁ ମାହାଙ୍ଗାରୁ ଏବଂ ଅନ୍ୟ ଜଣକୁ କଟକ ବିଡାନାସି ଅଞ୍ଚଳରୁ ଧରିଥିଲେ ବନ ବିଭାଗ କର୍ମଚାରୀ । ଏହି ଘଟଣାରେ ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ । ଏପଟେ ବାଘ ଛାଲ ଡିଲରେ ବ୍ରହ୍ମପୁର ଲିଙ୍କ ରହିଥିବା କୁହାଯାଉଛି ।