କାବୁ ହେଲା ପାଗଳ ମାଙ୍କଡ଼, ଦୀର୍ଘ ୧୦ ଦିନ ଧରି ଖେଳାଇଥିଲା ଆତଙ୍କ

ସାଲେପୁର : କାବୁ ହେଲା ପାଗଳା ମାଙ୍କଡ଼ । ଦୀର୍ଘ ଦଶ ଦିନ ଧରି ଆତଙ୍କ ଖେଳାଇଥିବା ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରି କାବୁ କରିଛି ବନବିଭାଗ । ସାଲେପୁର ବ୍ଲକ ରାମକୃଷ୍ଣପୁର ପଞ୍ଚାୟତର ବାଲିସମଳା , ହୀରାପୁର, ପୁରଣ ଗାଁରେ ମାତିଥିଲା ପାଗଳ ମାଙ୍କଡ଼ । ମାଙ୍କଡ଼ କାମୁଡ଼ାରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ଆତଙ୍କିତ ହୋଇ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ । ଖବର ପାଇବା ପରେ କଟକ ବନ ବିଭାଗ ଓ ନନ୍ଦନକାନନ ଟିମର ୫ ଜଣିଆ ଟିମ୍ ଗାଁରେ ପହଞ୍ଚି ମାଙ୍କଡକୁ କାବୁ କରିଥିଲେ । ତାକୁ ନନ୍ଦନକାନନରେ ଛଡ଼ାଯିବ । ମାଙ୍କଡ଼ ଧରାପଡିବା ପରେ ଆଶ୍ବସ୍ତି ଅନୁଭବ କରିଛନ୍ତି ଗାଁଲୋକ ।

 

 

ଆହୁରି ପଢ଼ନ୍ତୁ : ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ, ମୃତକଙ୍କ ପରିବାରକୁ ସହାୟତା ପାଇଁ ଅଞ୍ଚଳବାସୀଙ୍କ ଦାବୀ