ବୁଲୁଛି ଅସୁସ୍ଥ ଦନ୍ତା,ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ବନବିଭାଗ ଉଦ୍ୟମ
ରାଉରକେଲା : ରାଉରକେଲା ବନଖଣ୍ଡ ଅଧିନରେ ରାଜଗାଙ୍ଗପୁର ଅଞ୍ଚଳରେ ବୁଲୁଚି ଅସୁସ୍ଥ ହାତୀ । ହାତୀର ଗୋଡ଼ରେ ହୋଇଛି ଆଘାତ । ରାଜଗାଙ୍ଗପୁର ସିଲିକୁଦର ଘଞ୍ଚ ଜଙ୍ଗଲରେ ଏକ ଆହତ ଗୋଠ ଛଡ଼ା ଦନ୍ତା ହାତୀ ବୁଲୁଛି । ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ଉଦ୍ୟମ ଚଳାଇଛି ବନ ବିଭାଗ । ଗତକାଲି ଠାରୁ ଟ୍ରଙ୍କୁଲାଇଜ କରିବାରେ ଅସଫଳ ହେଉଛି ବନ ବିଭାଗ ।
ପ୍ରାୟ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ୨୪ ଘଣ୍ଟା ଅପରେସନ୍ ପରେ ମଧ୍ୟ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ପାରିନାହିଁ । ଆଜି ପୁଣି ଏହି ଅଭିଯାନ ଚାଲିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦନ୍ତା ହାତୀର ଆଗପଟ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା ଯୋଗୁଁ ହାତୀଟି ଅସୁସ୍ଥ ଥିବା ଜଣାପଡ଼ିଛି ।
ଗତ ମାସ ୨୬ ନଭେମ୍ବରରୁ ହାତୀଟି ଏକୁଟିଆ ବୁଲିବାର ବନ ବିଭାଗ ଲକ୍ଷ୍ୟ କରିଥିଲା ଏବଂ ପରେ ଜଣା ପଡିଲା ଯେ ହାତୀଟି ଅସୁସ୍ଥ ଅଛି ଏବଂ ତାକୁ ଆଘାତ ଲାଗିଛି ଏହାପରେ ହାତୀର ଅବସ୍ଥା ଏବଂ ଗତିପଥ ନଜର ରଖା ଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବାକୁ ଟ୍ରାଙ୍କୁଲାଇଜ କରାଯିବା ପରେ ଚିକିତ୍ସା ପାଇଁ ଯୋଜନା କରୁଛି ବନବିଭାଗ ।