କେନ୍ଦୁଝର : ମହାବଳ ବାଘକୁ ନେଇ ବଢ଼ିଲା ବନବିଭାଗର ଚିନ୍ତା

ହାବଳ ବାଘକୁ ନେଇ ବଢ଼ିଲା ବନବିଭାଗର ଚିନ୍ତା । କେନ୍ଦୁଝର ଜିଲ୍ଲାରେ ମହାବଳ ବାଘ ଆଗରୁ ଥିଲା ଏବେ ବି ଅଛି । କେନ୍ଦୁଝର ଜିଲ୍ଲାରେ ଗତକାଲି ମହାବଳ ବାଘ ଉପସ୍ଥିତି ସମ୍ପର୍କରେ ପିସିସିଏଫ ଫଟୋ ସହ ସ୍ପଷ୍ଟ କରିଥିଲେ । ଆଜି ବାଘ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦୁଝର ଡିଏଫଓ ।

କେନ୍ଦୁଝର(କେନ୍ୟୁଜ୍‌) :  ମହାବଳ ବାଘକୁ ନେଇ ବଢ଼ିଲା ବନବିଭାଗର ଚିନ୍ତା । କେନ୍ଦୁଝର ଜିଲ୍ଲାରେ ମହାବଳ ବାଘ ଆଗରୁ ଥିଲା ଏବେ ବି ଅଛି । କେନ୍ଦୁଝର ଜିଲ୍ଲାରେ ଗତକାଲି ମହାବଳ ବାଘ ଉପସ୍ଥିତି ସମ୍ପର୍କରେ ପିସିସିଏଫ ଫଟୋ ସହ ସ୍ପଷ୍ଟ କରିଥିଲେ । ଆଜି ବାଘ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦୁଝର ଡିଏଫଓ । ସେ କହିଛନ୍ତି, ମହାବଳ ବାଘର ଉପସ୍ଥିତି ଆଗରୁ ଥିଲା, ଏବେ ବି ରହିଛି ।

ଶିମିଳିପାଳ, ସାତକୋଶିଆ, ଆନନ୍ଦପୁର ଦେଇ ବାଘ ପୂର୍ବରୁ ବି ଚଳପ୍ରଚଳ କରୁଥିଲା । ବାଘ ବିଷୟରେ ସମସ୍ତେ ଜାଣିବା ପରେ ଏବେ ତାର ସୁରକ୍ଷା ନେଇ ବଢ଼ିଛି ଚିନ୍ତା । ଘଟଗାଁ ଓ ପାଟଣା ରେଞ୍ଜର ବିଭିନ୍ନ ସ୍ଥାନରେ ବାଘ ଉପରେ ନଜର ରଖବାକୁ ଲଗାଯାଇଛି ୪୫ଟି ଟ୍ରାକ୍‌ କ୍ୟାମେରା ।

ଦୁଇ ଜଣ ଏସିଏଫଓଙ୍କ ସହ ଜଣେ ଫରେଷ୍ଟର ଓ ୫ ଜଣ ଗାର୍ଡଙ୍କୁ ନେଇ ଏକ ସ୍କାଡ୍‌ ଗଠନ କରାଯାଇଛି । ସେହି ଅଞ୍ଚଳରେ ତିନିଟି ଫରେଷ୍ଟ ରାସ୍ତାକୁ ସିଲ କରାଯାଇଛି । ଶିକାରି, ଜଙ୍ଗଲ ନିଆଁ ଓ ବାଘ ଉପରେ ନଜର ରଖିବାକୁ STF, JTF ଓ ଶିମିଳିପାଳ ଟାଇଗର ରିଜର୍ଭର ଫିଲଡ଼ ଡାଇରେକ୍ଟର ସାହାଯ୍ୟ ନିଆଯାଉଛି । ବାଘର ସୁରକ୍ଷା ସହ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । କ୍ୟାମେରାରେ ବହୁ ବନ୍ୟଜନ୍ତୁଙ୍କ ଫଟୋ ଆସିଥିବା ଡିଏଫଓ ଧନରାଜ ଏଚ୍‌ ଡି କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.