ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା କହିପାରୁ ନଥିବା ଏହି ନୀରିହ ପକ୍ଷୀଙ୍କୁ ଆଣି ତାଙ୍କ ସ୍ୱାଧିନତାକୁ ବଳି ପକାଉଛନ୍ତି ଲୋକେ । ପ୍ରତିବାଦ ଜଣାଇବା ଭଳି ସକ୍ଷମ ଏମାନଙ୍କ ପାଖରେ ନାହିଁ l କେବଳ କିଛି ଶବ୍ଦରେ ବୟାନ କରନ୍ତି ନିଜର ସ୍ଥିତିକୁ l ତାଛଡା ଏହି ପକ୍ଷୀମାନେ ମଧ୍ୟ ଭଲ ମନ୍ଦ ବୁଝି ପାରନ୍ତିନି l ତାଙ୍କୁ ଯିଏ ନିଜର କରିଲେ ସିଏ ତାଙ୍କର l ଏହି ଦୁନିଆରେ ଦୁଃଖ ଯଦି କହିବା ସେ ହେଉଛି କାହାର ବାସ ସ୍ଥଳ କିମ୍ବା ପ୍ରିୟଜନଙ୍କ ଠାରୁ ଯଦି କାହାକୁ ଦୁରେଇ ଦିଆ ଯାଏ l

ଏ ତ ନିରୀହ ପକ୍ଷୀମାନେ, ଯୋଉଠି ଟିକେ ସ୍ନେହ ଆଦର ପାଇଲେ ସେଇଠି ରହିବାକୁ ଭାରି ଭଲ ପାଆନ୍ତି l ଆଜିର ଦୁନିଆରେ ପକ୍ଷୀ କହିଲେ ମୟୁର ଆଉ ଶାରୀ ଦେଖିବା ବିରଳ l ତେବେ ଏ ନିରୀହ ପକ୍ଷୀମାନଙ୍କୁ ଅନେକ ସମୟରେ ଉଦ୍ଧାର କରିବା ପାଇଁ ବନ ବିଭାଗ ତତ୍ପର ରହିଥାଏ l ଠିକ୍‌ ସେହିପରି ସମାନ ଘଟଣା ଆଜି ସାମ୍ନାକୁ ଆସିଛି l ଏହି ଘଟଣା ହେଉଛି ନିଆଳି ବ୍ଲକ ଦେବୀକନ୍ଦଳ ଦୀପାଞ୍ଚଳ ଶାଗଡ଼ାଇଲୋ ପଂଚାୟତ ଅନ୍ତର୍ଗତ ଏକାବେରୁଆଁ ଗାଁର l

ଏକାବେରୁଆଁ ଗାଁରେ ଗୋଟିଏ ମନ୍ଦିର ଅଛି l ଏହି ମନ୍ଦିରଟି ସ୍ଵପ୍ନେଶ୍ଵର ମନ୍ଦିର ନାମରେ ବେଶ ଜଣାଶୁଣା l ଆଉ ସେହି ମନ୍ଦିରରେ ଆଜକୁ ଦୀର୍ଘ ବର୍ଷ ହେଲାଣି ଶୁଆ ଶାରୀ ମୟୁର ଭଳି କିଛି ପକ୍ଷୀ ରହି ଆସୁଥିଲେ l ଅଚାନକ ସେହି ଅଞ୍ଚଳ ବନ ବିଭାଗ ରେଞ୍ଜ ଅଫିସର ରଶ୍ମିରେଖା ପରିଡା ଓ ଅନ୍ୟ କେତେ ଜଣ ବନ ବିଭାଗ କର୍ମଚାରି ସେଠାରେ ପହଞ୍ଚିଥିଲେ l ଏବଂ ମୟୁର ଶାରୀ, ଶୁଆ ସବୁ ପକ୍ଷୀ ଜବତ କରି ଉଦ୍ଧାର କଲେ ଏବଂ ଜଙ୍ଗଲରେ ଛାଡ଼ିବା ବ୍ୟବସ୍ତା କରିଥିଲେ l ମୟୁରଟିକୁ ଯେତେବେଳେ ଜଙ୍ଗଲରେ ଛାଡ଼ିବା ପାଇଁ ବାହାରିଲେ ବନ ବିଭାଗ ସେତେବେଳେ ସେ ଯିବା ପାଇଁ ଅମଙ୍ଗ ହୋଇଥିଲେ l କାହିଁକି ନା ସେମାନେ ବହୁଦିନରୁ ସେହି ସ୍ଥାନରେ ରହିବା ସହ ସେହି ପରିବେଶ ତାଙ୍କର ଅଭ୍ୟସ୍ତ ହୋଇଯାଇଥିଲା । ନିଜ ଦୁନିଆ ସହ ସମ୍ପର୍କ କଟାଇ ମଣିଷଙ୍କ ସହ ଯୋଡ଼ିଥିଲେ ସମ୍ପର୍କ । ସେଠାରେ ସମସ୍ତେ ତାଙ୍କର ବନ୍ଧୁ ହୋଇଯାଇଥିଲେ ।

ଯେତେବେଳେ ଶୁଆଟିକୁ ବାହାର କରୁଥିଲେ ପଞ୍ଜୁରୀ ଭିତରୁ ଆଣି ଉଡାଇବାକୁ ଚାହିଁଲେ ସେ ଉଡ଼ିକି ଗଲା ନାହିଁ ମଣିଷ ହୋଇଥିଲେ କାନ୍ଦି କାନ୍ଦି କେତେ କଣ କହି ଥାନ୍ତେ l ଏଠି କିନ୍ତୁ ଶୁଆ ଟି ଯେହେତୁ ପକ୍ଷୀ ସେ କାନ୍ଦି ପାରୁ ନଥିଲା । ଯଦି ବା ତା ମନରେ କେତେ କଷ୍ଟ କେତେ କୋହ ସବୁ ଚାପି ରଖି ବନବିଭାଗ ଲାକଙ୍କ ଉଡାଣରେ ଉଡାଣ ଭରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଯେତେବେଳେ ଛାଡି ଆସିଲା ସେତେବେଳେ ତାର ମନେ ପଡ଼ିଥିଲା ସମସ୍ତଙ୍କ କଥା । ଆଉ ସେ ଦୁଃଖ ଦୁଃଖ ଚାହାଁଣୀରେ ଶାରୀ ଦୁଇଟିକୁ ଚାହିଁଥିଲା କିନ୍ତୁ ସେହି ସ୍ଥାନ ଛାଡ଼ି ଉଡ଼ିପାରିଲାନି l ଅନେକ ଦିନ ହେଲା ପଞ୍ଜୁରୀ ଭିତରେ ଥିଲା ତେଣୁ ସେ ଉଡ଼ା ଶିଖିନି l

ପଞ୍ଜୁରୀ ଭିତରୁ ବାହାରିବା ପରେ ତାଙ୍କର ସେହି ନିରୀହ ଚାହାଁଣୀକୁ ଯିଏ ଦେଖିବ ସେ ଟିକିଏ ଭାବିବାକୁ ବାଧ୍ୟ ହେବ । ସତେଯେମିତି ପରସ୍ପରକୁ ଚାହିଁ କିଛି କହୁଥିଲେ, ସାଙ୍ଗ ଆଉ ଦେଖା ହୋଇପାରିବକି ନାହିଁ l ଏ ତୋର ମୋର ଶେଷ ଦେଖା । ଏମିତି କେତେ କଣ କୋହ । ସେପଟେ ଭକ୍ତଙ୍କର ସ୍ନେହ ଏପଟେ ବନ୍ଧୁତା ଠାରୁ ଦୂରେଇବା କଷ୍ଟ ଆଉ ସହି ହେଉନଥାଏ l ଏହାପରେ ବନ ବିଭାଗ କର୍ମଚାରି ସବୁ ପକ୍ଷୀମାନଙ୍କୁ ଉଡାଇବାକୁ ଚେଷ୍ଟା କରୁଥିଲେ l ସତରେ ଏହି ଦୃଶ୍ୟ ସମସ୍ତଙ୍କ ହୃଦୟକୁ ବ୍ୟଥିତ କରିଛି ।

You might also like