କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କଲା ବନ ବିଭାଗ, କାଠ ମାଫିଆ ଫେରାର

ଘଟଗାଁ (କେନ୍ଯୁଜ):  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ସେକ୍ସନ ତେଲିପଡା ନିକଟରୁ ପାଟଣା ବନ ବିଭାଗ ଏକ ନମ୍ବର ବିହୀନ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତ କାଠ ଚୋରା ଚାଲାଣ ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ତେଲିପଡା ନିକଟରେ ସଦଳବଳେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବନ ବିଭାଗ କୁ ଦେଖି କାଠ ମାଫିଆ ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବନ ବିଭାଗ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଟିକୁ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି ।

ପିକ୍ଅପ୍ ଭ୍ୟାନ ରେ ୪ ଟି ବଡ ଗମ୍ଭାରୀ ଲଗ୍ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।

 

Leave A Reply

Your email address will not be published.