ନୟାଗଡ଼ : ମାଆ-ପୁଅ ଗିରଫ । ନୟାଗଡ଼ ଦଶପଲ୍ଲା ରେଞ୍ଜ ଅଧୀନ କୁଜାମେଣ୍ଡି ବିଟ୍ ହାଉସ୍ ର କୁଜାମେଣ୍ଢୀ ଗାଁରୁ ମା-ପୁଅ ଗିରଫ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମାଆ ଜ୍ଯୋସ୍ନାରାଣୀ ମଲ୍ଲିକ ଏବଂ ପୁଅ ପ୍ରଦୀପ ମଲ୍ଲିକଙ୍କୁ ଗିରଫ କରିଛି ବନବିଭାଗ । ଫୁଲବାଣୀ ଅଞ୍ଚଳରୁ ଚିତାବାଘ ଶିକାର କରି ଛାଲ ଆଣିଥିବା ସୂଚନା ମିଳିଛି । ଏହି ଘଟଣାରେ ଆଉ କିଛି ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି DFO । ତେବେ ଏମାନେ ଶିକାରୀ ନା ବିକ୍ରୀ ଉଦ୍ଦେଶ୍ଯରେ ଚମଡା ରଖିଥିଲେ ସେନେଇ ଅଧିକ ତଦନ୍ତ ଚାଲିଥିବା ଡିଏଫଓ କହିଛନ୍ତି ।
ସେହିପରି ମାର୍ଚ୍ଚ ମାସରେ ଶିମିଳିପାଳରେ କଳା ବାଘ ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଥିଲା ବନ ବିଭାଗ । ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ କରିଥିଲା ବନ ବିଭାଗ । ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୩ ଜଣ ଅଭିଯୁକ୍ତଙ୍କୁ ଆଣି ପଚରା ଉଚରା କରିଥିଲା ବନ ବିଭାଗ ।
ଆହୁରି ପଢ଼ନ୍ତୁ : ବାଇକକୁ ଚାପି ଦେଲା ପିଡିଏସ୍ ଚାଉଳ ଟ୍ରକ, ସ୍ଵାମୀ ମୃତ ଓ ସ୍ତ୍ରୀ ଗୁରୁତର