ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ, ଚିକିତ୍ସା ପାଇଁ ନିଆଗଲା କପିଳାସ

ବାରିପଦା : ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ । ବାରିପଦା ରେଞ୍ଜ ବାଦଲସାହି ଜଙ୍ଗଲ ନିକଟରେ ହାତୀକୁ ଟ୍ରାଙ୍କୁଲାଇଜ ପରେ ଚିକିତ୍ସା ପାଇଁ କପିଳାସ ନିଆଗଲା । ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛଡ଼ା ଯିବ । ବାରିପଦା ବନଖଣ୍ଡ ଅଧୀନ ବେତନଟୀରେ ମାତିଥିଲା ଗୋଠଛଡ଼ା ଦନ୍ତାହାତୀ ।

ଗତ ୩ ଦିନରେ ଏହି ଦନ୍ତା ଆକ୍ରମଣରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ୪ଜଣ ଗୁରୁତର ଆହତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତରାତିରେ ବୁଢିଖମାରୀ ବାଦଲସାହି ଜଙ୍ଗଲରେ ଥିବା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିଛନ୍ତି ବନବିଭାଗ ଅଧିକାରୀ ।

ଟ୍ରାଙ୍କୁଲାଇଜ ହେଵା ପରେ ଦନ୍ତାହାତୀଟି ଭୟଭୀତ ହୋଇ ଜଙ୍ଗଲ ଭିତରକୁ ପଶି ଯାଇଥିଲା। ପରେ ହାତୀକୁ ଠାବ କରିଥିଲା ବନ ବିଭାଗ। ବାରିପଦା ବନଖଣ୍ଡ ଅଧିକାରୀ ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ହାତୀ ଉପରେ ନଜର ରଖା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like