ରାଜ୍ୟ

କେନ୍ଦୁଝର: ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ୪ ଶିକାରୀଙ୍କୁ ଧରିଲା ବନ ବିଭାଗ

କେନ୍ଦୁଝର(କେନ୍ୟୁଜ୍): ବନ ବିଭାଗ ଗ୍ରୀଷ୍ମ ପ୍ରବାହ ଜନିତ ଜଙ୍ଗଲ ନିଆଁରୁ ଜଙ୍ଗଲକୁ ରକ୍ଷା କରିବା କାର୍ଯ୍ୟରେ ଲାଗିଥିବା ବେଳେ,ଜନ୍ତୁ ଶିକାରୀ ବିଭାଗକୁ ଅଡୁଆରେ ପକାଉଛନ୍ତି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ଯାଇଥିବା ୪  ଶିକାରୀଙ୍କୁ ଧରିଛି ଘଟଗାଁ ବନ ବିଭାଗ। ଉକ୍ତ ୪ ଶିକାରୀ ଘଟଗାଁ ବନାଞ୍ଚଳ ଅଧିନ ଅଟେଇ ଜଙ୍ଗଲରେ ଦଳ ବଳ ହୋଇ ପଶୁ ଶିକାର କରିବାପାଇଁ ଯାଇଥିବାବେଳେ ଘଟଗାଁ ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ ।

ତେବେ ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ସମସ୍ତେ ଦୈଡ଼ି  ପଳାଇଥିବା ବେଳେ ୪ ଜଣଙ୍କୁ କାବୁକରିଥିଲା ବନ ବିଭାଗ । ଉକ୍ତ ୪ ଜନ୍ତୁ ଶିକାରୀ ହେଲେ ଆନନ୍ଦପୁର ବ୍ଲକ ପନାସି ଝରଣ ଗ୍ରାମର ସନାତନ ସିଂ, ସୁନାରାମ ମାଝୀ, ମକରା ହୋ ଏବଂ ତୁଳସୀବଣି ଗ୍ରାମର ଯଦୁନାଥ ମାରାଣ୍ଡି  । ଉକ୍ତ ୪ ଜଣଙ୍କ ଠାରୁ ଧନୁ ତିର ଜବତ କରିଛି ବନ ବିଭାଗ । ସେମାନଙ୍କୁ କୋଭିଡ ପରୀକ୍ଷା କରାଇ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁର ପ୍ରକାଶ କରିଛନ୍ତି ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

14 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

16 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

51 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago