ଦଶରଥପୁର ବୈତରଣୀ ନଦୀ ପଠାରେ ବନ ବିଭାଗ ପକ୍ଷରୁ ଚଢାଉ, ୫ ଶୁଆ ଉଦ୍ଧାର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଦଶରଥପୁର ବ୍ଲକ କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢାଉ। ୫ ଶୁଆ  ଉଦ୍ଧାର କରାଯାଇଥିବାବେଳେ ଶୁଆ ଧରାଳି ଫେରାର ହୋଇଯାଇଥିଲେ। ସୂଚନା ମୁତାବକ କିଛି ବ୍ୟକ୍ତି ଦୀର୍ଘ ଦିନ ହେବ ଦଶରଥପୁର ଅଂଚଳରୁ ଶୁଆ ଧରି ରାଜ୍ୟ ବାହାର ତଥା କୋଲକତା ନିକଟସ୍ଥ ମୁର୍ଶିଦାବାଦକୁ ଚୋରାରେ ଶୁଆ ଧରି ଚାଲାଣ କରି ମୋଟା ପରିମାଣର ଅର୍ଥ ପାଉଥିଲେ ।

parrot 2

ଗତକାଲି ସନ୍ଧ୍ୟା ସମୟରେ ଶୁଆ ଚୋରା ଚାଲାଣ କରାଯାଉଥିବା ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚି ଚଢ଼ାଉ କରିଥିଲେ। ବନ ବିଭାଗ ପକ୍ଷରୁ ବନ ଅଧିକାରୀ ଦୁର୍ଯ୍ୟୋଧନ ବେଜ୍ ସଦଳବଳେ ଘଟଣାସ୍ଥଳରେ ପହଂଚି ୫ଟି ଶୁଆକୁ ଉଦ୍ଧାର କରିଥିଲେ। କିନ୍ତୁ ଘଟଣା ସ୍ଥଳରୁ ଶୁଆ ଧରାଳି କୌଶଳ କ୍ରମେ ଫେରାର ହୋଇଯାଇଥିଲେ । ଚଢାଉ ସମୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଗଣ ଉପସ୍ଥିତ ଥିଲେ।