ଜଳୁଛି ଜଙ୍ଗଲ, ନୟାଗଡ଼ ଜିଲ୍ଲାରେ ୧୭୪ ସ୍ଥାନରେ ଜଙ୍ଗଲର ଲାଗିଛି ନିଆଁ

ନୟାଗଡ଼ : ଜଳୁଛି ଜଙ୍ଗଲ । ନୟାଗଡ଼ ଜିଲ୍ଲାରେ ୧୭୪ ସ୍ଥାନରେ ଜଙ୍ଗଲର ନିଆଁ ଲାଗିଛି । ଚଳିତ ବର୍ଷ ଜିଲ୍ଲାରେ ୬୫୮ କିଲୋମିଟର ଜଙ୍ଗରରେ ନିଆଁ ଲାଗିଥିବା ପୂର୍ବାନୁମାନ କରାଯାଇଥିଲା । ବିଶେଷ କରି ଦଶପଲ୍ଲା ଓ ଫୁଲବାଣୀ ବନାଞ୍ଚଳ ସୀମାନ୍ତରେ ଅଧିକ ନିଆଁ ଲାଗିଛି । ତେବେ କେନ୍ଦୁପତ୍ର ପାଇଁ ଅଧିକ ନିଆଁ ଲାଗୁଥିବା କହିଛନ୍ତି ନୟାଗଡ଼ ଡିଏଫଓ । ଅନ୍ୟପଟେ ନୟାଗଡ ଡିଏଫଓଙ୍କ ସହ ଆମେ ସମ୍ପୂର୍ଣ୍ଣ ଯୋଗାଯୋଗରେ ଅଛୁ ।
ଦଶପଲ୍ଲା ରେଞ୍ଜରେ ନିଆଁ ଲାଗିଛି । ରାଜ୍ୟର ଅନ୍ୟ ଜଙ୍ଗଲ ତୁଳନାରେ ଦଶପଲ୍ଲାରେ ନିଆଁ କମ୍ ଲାଗିଛି। ନିଆଁ ଲିଭା ସତ୍ତ୍ୱେ ବାରମ୍ବାର ସ୍ଥାନୀୟ ଲୋକମାନେ ନିଆଁ ଲଗାଇଦେଉଛନ୍ତି। ସେଥିପାଇଁ ନିଆଁ ଅଣାୟତ ହୋଇପଡ଼ିଥିଲା । ଏବେ ନିଆଁ ଆୟତ୍ତରେ ରହିଛି । ଯେଉଁମାନେ ନିଆଁ ଲଗାଉଛନ୍ତି ତାଙ୍କ ତଥ୍ୟ ନୟାଗଡ଼ DFOଙ୍କ ପାଖରେ ରହିଛି ।
ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଫରେଷ୍ଟ ପ୍ରୋଟେକ୍ସନ ଓ ସେଫ୍ଟି ମ୍ୟାନେଜମେଣ୍ଟ ସଂରକ୍ଷକ । ତେବେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ସମସ୍ତ ଡିଭିଜନରେ ସମସ୍ତ ଆୟୋଜନ କରାଯାଇଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଏକ ଟାସ୍କ ଟିମ୍ ଗଠନ କରାଯାଇଛି । ଜଙ୍ଗଲ ନିଆଁକୁ ଏଡାଇବା ପାଇଁ ରାଜ୍ୟ ସ୍ତରୀୟ ବୈଠକ କରାଯାଇଛି । ରାଜ୍ୟ ଲାଗିଥିବା ଜଙ୍ଗଲ ମାନଙ୍କରେ ନିଆଁ ଏବେ ଆୟତରେ ରହିଛି ।