ଶାଳ ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିଶମବାହିନୀ ପହଞ୍ଚିନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ଆଠଗଡ : ଜଳୁଛି ଜଙ୍ଗଲ । ଆଠଗଡ ଗୁରୁଡିଝାଟିଆରେ ଥିବା ଶାଳ ଜଙ୍ଗଲରେ ଲାଗିଛି ନିଆଁ । ଧୀରେ ଧୀରେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁ ଯୋଗୁ ବିଭିନ୍ନ ମୂଲ୍ୟବାନ ଗଛ ପୋଡି ପାଉଁଶ ହେଲାଣି । ଦୁଇ ଏକରରୁ ଅଧିକ ଥିବା ଏହି ଶାଳ ଜଙ୍ଗଲକୁ ଲାଗି ବିଭିନ୍ନ ଗାଁ ଓ କଲେଜ ରହିଛି । ତେଣୁ ନିଆଁ ବ୍ୟାପୁଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀ।ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପହଂଚିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧୀନସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଗତ ଦୁଇଦିନ ହେଲା ଜଳୁଛି ଜଙ୍ଗଲ । ବ୍ୟାପକ ବୃକ୍ଷ ନଷ୍ଟ ହୋଇଗଲାଣି । ଜଙ୍ଗଲରେ ନିଆଁ ଲାଗିବା ହେତୁ ଆଖପାଖ ଅଞ୍ଚଳରେ ତାତି ଅନୁଭୁତ ହେଉଛି। ନିଆଁ ଲିଭା କାର୍ଯ୍ୟରେ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କହିଛନ୍ତି ମାଧପୁର ରେଞ୍ଜ ଅଧିକାରୀ ।
Also read: ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ, ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ତାତି ଅନୁଭୂତ